ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
କ୍ଷମା (ବିଶେଷ୍ୟ)
ଯେଉଁ ଚିତ୍ତବୃତ୍ତିଦ୍ୱାରା ମନୁଷ୍ୟ ଅନ୍ୟଦ୍ୱାରା ଦିଆ ଯାଉଥିବା କଷ୍ଟ ସହିନିଏ ଏବଂ ତାହାର ପ୍ରତିକାର ବା ଦଣ୍ଡ ଇଚ୍ଛା କରେନାହିଁ
ଅନୁଗ୍ରହ (ବିଶେଷ୍ୟ)
ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ
କୁସୁମ (ବିଶେଷ୍ୟ)
କୁସୁମ ବା କୁସୁମ୍ଭର ହଳଦିଆ ରଙ୍ଗ
ବିଗ୍ରହ ବାକ୍ୟ (ବିଶେଷ୍ୟ)
ଯୌଗିକ ବା ସଂଯୁକ୍ତ ଶବ୍ଦରୁ ପ୍ରତ୍ୟେକ ଶବ୍ଦକୁ ଅଲଗା ଅଲଗା କରିବା ପ୍ରକ୍ରିୟା
ସାର (ବିଶେଷ୍ୟ)
ବିଚାର ବା ବିବେଚନା ଶେଷରେ ବାହାରୁଥିବା ସିଦ୍ଧାନ୍ତ
ଅଭିମାନ (ବିଶେଷ୍ୟ)
ଶୃଙ୍ଗାର ରସରେ ଏକ ବିଶେଷ ଅବସ୍ଥା
ଅଭିଳାଷ (ବିଶେଷ୍ୟ)
ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
ସମବାୟ ସଂସ୍ଥା (ବିଶେଷ୍ୟ)
କେତେକ ବିଶେଷ ପ୍ରକାରର ଉପଭୋକ୍ତା, ବ୍ୟବସାୟୀ ଆଦି ପରସ୍ପର ମିଶି ସମସ୍ତଙ୍କ ଉପକାର ପାଇଁ ଯେଉଁ ସମିତି ବା ସଂସ୍ଥାକୁ ଗଠନ କରନ୍ତି ଓ ଯାହା ମାଧ୍ୟମରେ ସେମାନେ କେତେକ ଜିନିଷ ତିଆରି, ବିକ୍ରି ଆଦିର ବ୍ୟବସ୍ଥା କରନ୍ତି
ଦ୍ୱନ୍ଦ (ବିଶେଷ୍ୟ)
ଏକ ପ୍ରକାର ସମାସ ଯେଉଁଥିରେ ଦୁଇ ପଦଯାକ ପ୍ରଧାନ ହୋଇଥାଏ ଏବଂ ସେଗୁଡ଼ିକର ଗୋଟିଏ କ୍ରିୟାସହିତ ଅନ୍ୱୟ ହୋଇଥାଏ